ଘଟଣା ଓ ଦୁର୍ଘଟଣା

ହଠାତ୍ ଜଳିଗଲା ୧୦ ପାଳଗଦା, କାରଣ ଅସ୍ପଷ୍ଟ

By Sanjeeb Biswal

February 01, 2023

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗଜାବୁରୀ ଖଳମାଳରେ ବୁଧବାର ମଧ୍ୟାହ୍ନରେ ନିଆଁ ଲାଗି ୧୦ ଟି ପାଳଗଦା ପୋଡି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ମଧ୍ୟାହ୍ନରେ କୌଣସି କାରଣରୁ ଛେଣ୍ଡିପଦା ଗ୍ରାମ ତଳ ସାହିର ପ୍ରଶାନ୍ତ ବେହେରା, ଜଗା ସାହୁ, ହେମନ୍ତ ସାହୁ, ମହେଶ୍ୱର ଦେହୁରୀ, ସର୍ବ ପ୍ରଧାନ, ଶରତ ପ୍ରଧାନ, ମଦନ ପ୍ରଧାନ, ବିକ୍ରମ ପ୍ରଧାନ, ବରୁଣ ସାହୁ, ଚେମୁରୁ ପ୍ରଧାନଙ୍କ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଛେଣ୍ଡିପଦା ଓ କଣିହାଁରୁ ଅଗ୍ନିଶମ ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନ ପାରିବାରୁ ଜିନ୍ଦଲ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା। ଚାରି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି। ଖବର ପାଇ ବିଜେପି ନେତା ଅଗସ୍ତି ବେହେରା, ସରପଞ୍ଚ ସୁଦୀପ୍ତ ପ୍ରଧାନ, ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ସମେତ ଯୁବକ ସଂଘ ଓ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ସହାୟତା କରିଥିଲେ।