ତାଳଚେର: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ତାଳଚେର ଡେରା ଅଞ୍ଚଳର ସୁଧୀର ଖଣ୍ଡା। ବରଗଡ଼ଠାରେ ଆୟୋଜିତ ୫ମ ସାଧାରଣ ଅଧିବେଶନରେ ଶ୍ରୀ ଖଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ସମ୍ପାଦକ ମନୋନୀତ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ସେ ଏହି ପଦରେ ରହିବେ।
ସୁଧୀର ଖଣ୍ଡା ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କୈବର୍ତ୍ତ ମହାସଭାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ଜଣେ ଦଳିତ ନେତା ତଥା ସମାଜସେବୀ ଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସେ ପରିଚିତ। ନୂତନ ପଦ ମିଳିବା ପରେ ଚାରି ଆଡୁ ଶ୍ରୀ ଖଣ୍ଡାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।