ଅନ୍ୟାନ୍ୟ

ପ୍ରଦେଶ କଂଗ୍ରେସ ସମ୍ପାଦକ ଭାବେ ଅନୁଗୋଳର ସୁଦିପ୍ ମିଶ୍ର ନିଯୁକ୍ତ

By Angul TV Bureau

September 06, 2026

ଅନୁଗୋଳ: ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କ ଅନୁମୋଦନ କ୍ରମେ ଏବଂ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଲଙ୍କ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଅନୁଗୁଳର ସୁଦିପ୍ ମିଶ୍ରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଗତକାଲି ମଧ୍ୟରାତ୍ରିରେ ଏହି ନିଯୁକ୍ତି ଘୋଷଣା କରାଯାଇଛି।

ଶ୍ରୀ ମିଶ୍ର ପୂର୍ବରୁ ଅନୁଗୋଳ ନଗର କଂଗ୍ରେସ ସଭାପତି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର, ଜିଲ୍ଲା ଯୁବ ଶ୍ରମିକ କଂଗ୍ରେସ ସଭାପତି ଆଦି ଗୁରୁ ଦାୟିତ୍ୱ ତୁଲାଇ ଆସିଛନ୍ତି। ଏହି ନିଯୁକ୍ତି ପାଇଁ ସେ ଏଆଇସିସି ସଭାପତି ଶ୍ରୀ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ, ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଲାଲାଜି ଦେଶାଇ, ଓବିସି ବିଭାଗ ଅଧ୍ୟକ୍ଷ ସରୋଜ ପ୍ରଧାନ, ଉପ-ସଭାନେତ୍ରୀ ସସ୍ମିତା ବେହେରା ଏବଂ ଜିଲ୍ଲା କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନୁଗୋଳର ସାମାଜିକ ଓ ମୌଳିକ ସମସ୍ୟା ସମାଧାନ ପାଇଁ ବିପ୍ଳବୀ ଆନ୍ଦୋଳନ ମାଧ୍ୟମରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସୁଦିପ୍ କହିଛନ୍ତି।