ଘଟଣା ଓ ଦୁର୍ଘଟଣା

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

By Sanjeeb Biswal

January 02, 2021

ପାଲଲହଡା: ଶନିବାର ପୂର୍ବାହ୍ନ ସାଢେ଼ ୧୧ ଟା ବେଳେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ଥାନା ଆଗରେ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ଯାଇଛି। ତାଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ। ପ୍ରେମରେ ବିଫଳ ହେଇ ସେ ଏଭଳି କାଣ୍ଡ ଘଟାଇ ଥିବା ଜଣା ଯାଇଛି। ପୁଲିସ୍ ତାଙ୍କ ପ୍ରେମିକାକୁ ଆଣିଦେଉ କହି ରାସ୍ତାରେ ନିଜ ଦେହରେ କିରୋସିନ ଢାଳି ଢାଳି ପାଲଲହଡା ଥାନା ଭିତରକୁ ପଶି ଆସି ଥିଲେ। ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ତାଙ୍କୁ କାବୁ କରି ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ | ଆହତ ଯୁବକ ବର୍ତମାନ ପାଲଲହଡା ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପିଠି ପଛ ପାଖ ପୋଡି ଯାଇଛି। ସେ ଧରିଥିବା ଖାତାପତ୍ର ପୁଲିସ ଜବତ କରିଛି |