ଅନୁଗୁଳ: ଘର କଳିରୁ ବିଷ ପିଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ଥାନା ଅଧୀନରେ ଥିବା ସ୍ଥାନୀୟ ରାଧାରମଣପଡ଼ାର ପରି ଚନ୍ଦ୍ର ବେହେରା (୫୦) କୌଣସି କାରଣରୁ ଘରେ ଝଗଡ଼ା ହୋଇ ବିଷ ପିଇ ଦେଇଥିଲେ। ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ହସ୍ତାନ୍ତର ହୋଇଛି।