ମୁଖ୍ୟ ଖବର

ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା, ଭାଇକୁ ହତ୍ୟା କରି ଥିଲେ ଫେରାର

By Angul TV Bureau

November 23, 2023

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗାଁର ଜଣେ ଯୁବକ ଆଜି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଯୁବକ ହେଲେ ପବନା ଭୋଇ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା।

ପ୍ରକାଶ ଥାଉକି ଗତ ୨୨ ରେ ପବନା ନିଜ ବଡ଼ ଭାଇ ଅନିଲଙ୍କୁ ହତ୍ୟା କରି ଫେରାର ଥିଲା। ଆଜି ଗ୍ରାମର ଏକ ଗଛରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏନେଇ ପୋଲିସ ୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।