ଘଟଣା ଓ ଦୁର୍ଘଟଣା

ବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

By Sanjeeb Biswal

December 07, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖୁଣ୍ଟାନାଳି ଗ୍ରାମରେ ଗଛରୁ ଶୁଖିଲା କାଠ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଖୁଣ୍ଟାନାଳି ଗ୍ରାମର କାଳିଆ ସାହୁ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, କାଳିଆ ସାହୁ ଗୁରୁବାର ମଧ୍ୟାହ୍ନରେ ଶ୍ରମିକଙ୍କୁ ନେଇ ତାଙ୍କ ବଗିଚାରେ କାମ କରୁଥିଲେ। ଥକ୍କା ଲାଗିବାରୁ ସେ ପାଖରେ ଥିବା ଗଛ ମୁଳରେ ବସିଥିଲେ। ଏହି ସମୟରେ ଗଛରୁ ଏକ ଶୁଖିଲା କାଠ କାଳିଆଙ୍କ ଉପରେ ଖସି ପଡିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପାଖରେ ଥିବା ପରିବାର ଲୋକ ତୁରନ୍ତ କାଳିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।