ଅନ୍ୟାନ୍ୟ

ପ୍ରକୃତି ରକ୍ଷା ପାଇଁ ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ, ସ୍ୱାଧୀନ ସଭାପତି ଓ ପ୍ରଦ୍ୟୁମ୍ନ ଉପସଭାପତି

By Angul TV Bureau

April 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ସବୁଠାରୁ ବଡ଼ ଆୟତନ ବିଶିଷ୍ଟ ତଥା ଉଚ୍ଚତମ ସୁମିତ୍ରା ପର୍ବତ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା ସାତକୋଶିଆ ଅଭୟାରଣ୍ୟ ସୀମାରେ ଥିବାରୁ ଏଠାରେ ଜୈବ ପରିସଂସ୍ଥାର ବିବିଧତା ମଧ୍ୟ ବେଶ ଗୁରୁତ୍ୱ ରଖେ। ଏଣୁ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ ହୋଇଛି। ମଞ୍ଚର ସଭାପତି ଭାବରେ ସ୍ୱାଧୀନ ଦେହୁରୀ ଏବଂ ଉପସଭାପତି ଭାବେ ପ୍ରଦ୍ୟୁମ୍ନ ଦେହୁରୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।

ଏ ଅବସରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗାମୀ ଭବିଷ୍ୟତ ପିଢ଼ି ପ୍ରଦୂଷଣ ମୁକ୍ତ ଜୀବନ ଯାପନ ଦିଗରେ ଆଲୋକପାତ କରାଯାଇଥିଲା। ଏଥିସହ ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନ ପାଇଁ ପରାମର୍ଶ ଦିଆଯାଇଥିଲା। ଶେଷରେ ସଭାପତି ଶ୍ରୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।