କଳା ଓ ସଂସ୍କୃତି

ସୁନା ବେଶରେ ଝଟକିଲେ ଚତୁର୍ଦ୍ଧା ମୂର୍ତ୍ତି

By Biswaranjan Pattnaik

June 29, 2023

ଅନୁଗୁଳ: ଶ୍ରୀମନ୍ଦିରରେ ବର୍ଷକରେ ପାଞ୍ଚଥର ସୁନା ବେଶ୍ ହୁଏ,ଚାରି ଥର ରତ୍ନ ମଣ୍ଡପରେ ଏବଂ ଗୋଟିଏ ଥର ବାହୁଡା଼ ପର ଦିନ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଆଜି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ଶହ ସମ୍ପନ୍ନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସକାଳୁ ରଥାରୁଢ ଶ୍ରୀ ଜିଉ ମାନଙ୍କ ପାରମ୍ପରିକ ନୀତି କାନ୍ତି ସହ ପୂଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ସୁନା ବେଶ ପାଇଁ ଥିବା ସ୍ୱର୍ଣାଳଙ୍କାର ସବୁକୁ କଡ଼ା ସୁରକ୍ଷା ମଧ୍ୟରେ ବାହାର କରାଯାଇଥିଲା। ସ୍ଵତନ୍ତ୍ର ସେବାୟତ ମାନଙ୍କ ଦ୍ଵାରା ଶ୍ରୀ ଜୀଉ ମାନଙ୍କୁ ମୁକୁଟ ଠାରୁ ହାତ ବେକ ଆଦି ପାଇଁ ତିଆରି କରାଯାଇଥିବା ସୁନା ଅଳଙ୍କାର ସବୁ ଆଭୂଷିତ କରାଯାଇଥିଲା।ସନ୍ଧ୍ୟାରେ ସନ୍ଧ୍ୟା ଧୂପ ପରେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆ ଯାଇଥିଲା।ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତ ସୁନା ବେଶ ଦେଖିବାକୁ ସମବେତ ହୋଇଥିଲେ। ଏଥିପାଇଁ କଡ଼ା ସୁରକ୍ଷା ସାଙ୍ଗକୁ ଆଲୋକ ବ୍ୟବସ୍ଥା କରାଯାଇଥିଲା ।