କଳା ଓ ସଂସ୍କୃତି

ସୁନାବେଶରେ ଝଟକିଲେ ଶ୍ରୀଜୀଉ

By Biswaranjan Pattnaik

July 10, 2022

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ମାନଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। ବଡି ଭୋର୍ ରୁ ଦିଅଁ ମାନଙ୍କର ଦୈନନ୍ଦିନ ଅବକାଶ, ସ୍ନାନ, ପୂଜା ଅର୍ଚ୍ଚନା ପରେ ସନ୍ଧ୍ୟାରେ ବହୁ ପ୍ରତିକ୍ଷିତ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କ ପାଇଁ ଶ୍ରୀ ହସ୍ତ, ଶ୍ରୀ ପୟର, କିରୀଟକାନଫୁଲ, ମୟୂର ଚନ୍ଦ୍ରିକା ଆଦି ସ୍ୱର୍ଣାଳଙ୍କାରରେ ଆଭୂଷିତ କରାଯାଇଥିଲା। ଏହି ବେଶ ଦେଖିବା ପାଇଁ ବଡ଼ ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।