ମୁଖ୍ୟ ଖବର

ଜିଲ୍ଲା ଠିକାଦାର ସଂଘର ନୂତନ କର୍ମକର୍ତା

By Biswaranjan Pattnaik

January 15, 2025

ଅନୁଗୁଳ: ସ୍ଥାନୀୟ ଚଣ୍ଡୀଖମଣ ଠାରେ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ସାଧାରଣ ସଭା ଓ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ସୁବୋଧ କୁମାର ସିଂହ, ସରୋଜ କୁମାର ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସାଧାରଣ ସଭାରେ ଦିବଙ୍ଗତ ଠିକାଦାର ଅରୁଣ ପ୍ରଧାନ, ବାଜି ବେହେରା ଓ ସନାତନ ସାହୁଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସୁବୋଧ କୁମାର ସିଂହ ବାର୍ଷିକ ବିବରଣୀ ପାଠ କରିବା ସହ ନୂତନ କର୍ମକର୍ତା ନିର୍ବାଚନ ନେଇ ପ୍ରସ୍ତାବ ରଖିଥିଲେ। ଏହାପରେ ସର୍ବସମ୍ମତିକ୍ରମେ କର୍ମକର୍ତା ମନୋନୟନ ହୋଇଥିଲା। ସୁନୀଲ କୁମାର ପ୍ରଧାନ ସଭାପତି, ସୁବୋଧ କୁମାର ମହାପାତ୍ର ସାଧାରଣ ସମ୍ପାଦକ, ମାନସ ରଞ୍ଜନ ଗଡ଼ନାୟକ, ଅଜିତ ପ୍ରସାଦ ଦ୍ବିବେଦୀ, ରାମଚନ୍ଦ୍ର ଜେନା ଓ ବିମଳ ଚନ୍ଦ୍ର ବେହେରା ଉପସଭାପତି, ସନ୍ଦୀପ କୁମାର ନାଥ, ଅଶୋକ କୁମାର ସାହୁ ସହ ସମ୍ପାଦକ ଏବଂ ଲଳିତ ମୋହନ ପାଲ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଥିଲେ। ଠିକାଦାର ସଙ୍ଘକୁ ମଜଭୁତ କରିବା ସହ ଭାଇଚାରା ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ସଭାପତି ସୁନିଲ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।