ଘଟଣା ଓ ଦୁର୍ଘଟଣା

ଅନ୍ଧବିଶ୍ୱାସ ନେଲା ଶିଶୁ କନ୍ୟାର ପ୍ରାଣ

By Biswaranjan Pattnaik

July 09, 2022

ଅନୁଗୁଳ: ଅନ୍ଧବିଶ୍ୱାସ କାରଣରୁ ହିନ୍ଦୋଳ ଅଞ୍ଚଳର ତିନି ବର୍ଷର ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହିନ୍ଦୋଳ ଠାରୁ ପ୍ରାୟ ୧୩ କିମି ଦୂର ବାହାଲୁଣ୍ଡା ଗାଁର କାଳିଆ ସାହୁଙ୍କ ତିନି ବର୍ଷର ଝିଅ ପିଙ୍କିର ଶୁକ୍ରବାର ଝାଡ଼ା ବାନ୍ତି ହୋଇଥିଲା। ତେବେ ପରିବାର ଲୋକେ ପିଙ୍କିକୁ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଇ ଝାଡଫୁଙ୍କା କରିଥିଲେ। ତେବେ ଏଥିରେ ତାଙ୍କୁ କିଛି ଲାଭ ମିଳି ନ ଥିଲା। ଅବସ୍ଥା ଗୁରୁତର ହେବାରୁ ପିଙ୍କିକୁ ଅନୁଗୁଳ ଡାକ୍ତରଖାନା ଶନିବାର ସକାଳେ ଅଣା ଯାଇଥିଲା। ଏଠାରେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଆଜିର ସଭ୍ୟ ସମାଜରେ ରୋଗ କୁ ଠାକୁରାଣୀଙ୍କ କୋପ କହି ପୂଜା ପାଠ ବା ଝାଡ ଫୁଙ୍କ କରିବା ଏକ ଅଭାବନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।