ମୁଖ୍ୟ ଖବର

‘ସୁପୋଷିତ ଓଡ଼ିଶା ମିଶନ’ ତାଲିମ ଶିବିର ଅନୁଷ୍ଠିତ : ଅଂଶଗ୍ରହଣ କଲେ ୩୫ ମହିଳା ସାମାଜିକ କର୍ମୀ

By Angul TV Bureau

September 03, 2026

ଅନୁଗୋଳ: କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ସୁପୋଷିତ ଓଡ଼ିଶା ମିଶନ ତାଲିମ ଶିବିର ଅନୁଷ୍ଠିତ ହୋଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଖମାରୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ୩୫ ଜଣ ମହିଳା ସାମାଜିକ କର୍ମୀ ଭାଗ ନେଇଥିଲେ। କିଶୋରନଗର ବ୍ଲକ ଶିଶୁ ବିକାଶ ଅଧିକାରୀ ଭାଗ୍ୟଲିପି ସେଠୀ, ସୁପରଭାଇଜର ରେଣୁବାଳା ବେହେରା, ଅସ୍ମିତା ସାହୁ ଯୋଗଦେଇ କିପରି ପିଲାଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ ସେ ସମ୍ପର୍କରେ ତାଲିମ ଦେଇଥିଲେ।

ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଦୀପକ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ମଧୁସ୍ମିତା ବେହେରା ସହଯୋଗ କରିଥିଲେ।