ଅନ୍ୟାନ୍ୟ

ଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

By Angul TV Bureau

July 06, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳ ନାକିଚି ବଜାର ଉପରେ ଆଜି ଯୋଗାଣ ବିଭାଗ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି।

ଆଜି ପୂର୍ବାହ୍ନରେ ଖବର ପାଇ ଆଠମଲ୍ଲିକ ଯୋଗାଣ ବିଭାଗ ତରଫରୁ ନାକଚି ଛକ ସ୍ଥିତ ଏକ ତେଜରାତି ଦୋକାନ ପଛପାଖେ ଥିବା ଏକ ଗୋଦାମ ଘର ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଗୋଦାମ ମାଲିକ ସିଲିଣ୍ଡର ସମ୍ବନ୍ଧୀୟ ଆବଶ୍ୟକ କାଗଜ ପତ୍ର ଦେଖାଇ ନ ପାରିବାରୁ ୧୯ଟି ଖାଲି ଘରୋଇ ସିଲିଣ୍ଡର ଏବଂ ଗୋଟିଏ ପୂର୍ଣ୍ଣ ଥିବା ଘରୋଇ ସିଲିଣ୍ଡର ଜବତ କରାଯାଇଛି।

ଚଢ଼ଉ ସମୟରେ ସହକାରୀ ଜିଲ୍ଲାପାଳ ତନ୍ମୟ ରଞ୍ଜନ ପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶିବାଶିଷ ଜେନା, କିଶୋରନଗର ଯୋଗାଣ ନିରୀକ୍ଷକ ଋଷଭ ଚନ୍ଦ୍ର ନାୟକ, ହଣ୍ଡପା ଥାନା ଏଏସଆଇ କାହ୍ନୁ ଚରଣ ସାହୁଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।