ଅନୁଗୁଳ: ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ମ୍ୟୁନିସିପାଲିଟିର ୬ ନ˚ ୱାର୍ଡ କାଉନ୍ସିଲର ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ରଘୁବୀର ସି˚ହଙ୍କ ପ୍ରତି ଜନସମର୍ଥନ ବଢ଼ୁଛି। ଦଳୀୟ ପ୍ରାର୍ଥୀଙ୍କ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ ବିଶେଷ କାରଣ ମଧ୍ୟ ରହିଛି। ୬ ନ˚ ୱାର୍ଡ ଗୁଜରାଟୀପଡ଼ାର ଏକ ଅଂଶବିଶେଷ। ଏହି ଅଞ୍ଚରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ। ଡ୍ରେନ୍ ନାହିଁ କହିଲେ ଚଳେ। ବର୍ଷାଦିନେ ଅବସ୍ଥା ଅସମ୍ଭାଳ ହୁଏ। ପାଣି ଘେରରେ ରହି ୱାର୍ଡବାସୀ ବେଶ କଷ୍ଟ ସହନ୍ତି। ପୂର୍ବରୁ କ˚ଗ୍ରେସ ଦଖଲରେ ଥିବା ଏହି ୱାର୍ଡରେ ବିଶେଷ କିଛି କାମ ହୋଇନଥିବା ସାହିବାସୀ ଅଭିଯୋଗ କରିଛନ୍ତି। ଏହି ୱାର୍ଡରେ ୯୬୦ ଭୋଟରଙ୍କ ମଧ୍ୟରୁ ପ୍ରାୟ ୩୦୦ ଅନୁସୂଚିତ ଜାତିର। ଦଳୀୟ ନେତାଙ୍କ ମିଛ ପ୍ରତିଶ୍ରୁତି ଓ ଫମ୍ପା ଆଵାଜରେ ବିତସ୍ପୃହ ୱାର୍ଡର ସମ୍ଭ୍ରାନ୍ତ ଭୋଟରମାନେ। ତେଣୁ ଯୁବ ବ୍ୟବସାୟୀ ରଘୁବୀର ସି˚ହଙ୍କୁ ଅଧିକା ଭଲ ପାଇବା ଓ ସମର୍ଥନ ଦେଉଛନ୍ତି। ରଘୁବୀରଙ୍କ ସ୍ବାଭିମାନୀ ଚିନ୍ତାଧାରା ଓ ସମାଜସେବା ଭୋଟରଙ୍କୁ ଆକୃଷ୍ଟ କରୁଛି। ବାହାରକୁ ଚୁପ୍ଚାପ୍ ଜଣାପଡୁଥିବା ୬ ନ˚ ୱାର୍ଡର ଭୋଟରମାନେ ଯଦି ଦଳୀୟ ପ୍ରାର୍ଥୀଙ୍କ ସ୍ଥାନରେ ରଘୁବୀରଙ୍କୁ ଶଗଡ଼ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।