ଅନ୍ୟାନ୍ୟ

ଯକ୍ଷ୍ମା ରୋଗୀଙ୍କ ପାଇଁ ଜେଏସପିଏଲ ପକ୍ଷରୁ ସହାୟତା

By Biswaranjan Pattnaik

May 18, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜେଏସପିଏଲ ପକ୍ଷରୁ ପୋଷଣ ଯୋଜନାରେ ପୁଷ୍ଟିକର ଶୁଖିଲା ଖାଦ୍ୟ ପ୍ୟାକେଟ ଦିଆ ଯାଉଛି। ଜେଏସପି ଫାଉଣ୍ଡେସନ ପକ୍ଷରୁ ଏହି ଖାଦ୍ୟ ପ୍ୟାକେଟ ଦିଆଯାଉଛି। ଯକ୍ଷ୍ମାରେ ଆକ୍ରାନ୍ତ ହେଲେ ରୋଗୀ ଦୁର୍ବଳ ହୋଇଯାଏ। ଏଭଳି କ୍ଷେତ୍ରରେ ନିୟମିତ ଔଷଧ ସାଙ୍ଗକୁ ପୁଷ୍ଟିକର ଆହାର ଆବଶ୍ୟକ ପଡ଼ିଥାଏ।

ଏ ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଅନୁଗୁଳକୁ ୧୨୭ ପ୍ୟାକେଟ,ତାଳଚେରକୁ ୬୪,ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ୬୬, ପାଲଲହଡ଼ା‌କୁ୭୬, ଛେଣ୍ଡିପଦା ୬୩,କଣିହାଁ ୪୧,ଆଠମଲ୍ଲିକ ୩୪,କିଶୋରନଗର ୩୦ ପ୍ୟାକେଟ ଶୁଖିଲା ଖାଦ୍ୟ ପ୍ୟାକେଟ ଦିଆଯାଇଛି। ଗୋଟିଏ ପ୍ୟାକେଟରେ ଦୁଇ କେଜି ଅଟା,ମୁଗ ଡାଲି ୧ କେଜି,ମାଣ୍ଡିଆ ଗୁଣ୍ଡ ୧ କେଜି,ଅମୂଲ ୧ କେଜି ଏବଂ ସୋରିଷତେଲ ଦିଆଯାଉଛି । ଜେଏସପି ଫାଉଣ୍ଡେସନ ପକ୍ଷରୁ ଏଭଳି ସହାୟତା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।