ଅନ୍ୟାନ୍ୟ

ସୂର୍-ତାଲ୍ ସାଂସ୍କୃତିକ ଉତ୍ସବ ଉଦଯାପିତ

By Angul TV Bureau

December 22, 2025

ଅନୁଗୁଳ: ସୂର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୨୪ ତମ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ଏବଂ ସମ୍ମାନୀତ ଅତିଥି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସିନେ ଜଗତର କଳାକାର ଲିପି ମହାପାତ୍ର ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ। ବିଚାରକ ଭାବେ ଗୁରୁ ଗଣେଶ ମିଶ୍ର, ଅଲିଭା ସ୍ମୃତି ରଥ, ଗୁରୁ ରିତେଶ କୁମାର ଓ ରମେଶ କୁମାର ବାରିକ୍ ଆସନ ଅଳଙ୍କୃତ କରିଥିଲେ। ସଙ୍ଗୀତ ବିଭାଗରେ ବେଷ୍ଟ ସିଙ୍ଗର୍ ଭାବେ ପ୍ରତୀକ୍ଷା ଦାସ୍ ରନରସ୍ ଅପ୍ ଭାବେ ସ୍ମୃତିଶିଖା ମହାନ୍ତି କୃତିତ୍ଵ ଅର୍ଜନ କରିଥିଲେ।

ବେଷ୍ଟ ଡ୍ୟାନ୍‌ସର୍ ଭାବେ ନାଭ୍ୟା ଅଗ୍ରୱାଲ୍ ଓ ରନରସ୍ ଅପ୍ ଭାବେ ସୁରିୟାସଂ ବେହେରା କୃତିତ୍ଵ ଅର୍ଜନ କରିଥିଲେ।ସୂର୍-ତାଲ୍ ମୁଖ୍ୟ ପ୍ରାୟୋଜକ ଭାବେ ଏମ୍.ସି.ଏଲ୍, ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର୍, ନାଲୋକ୍, ରୋଟାରୀ କ୍ଲବ୍, ନନ୍ଦିନୀ ଏଣ୍ଟରପ୍ରାଇଜେ ତଥା ଓଡିଶୀ ମୋଟର ଅନୁଗୋଳ ପ୍ରାୟୋଜିତ କରିଥିଲେ। ସୂର୍‌-ତାଲ୍ ସଭାପତି ଅଜୟ କୁମାର ନାଥ ସ୍ଵାଗତ ଭାଷଣ ଦେଇଥିଲେ। ବିଧାୟକ ଛେଣ୍ଡିପଦା ଅଗସ୍ତି ବେହେରା ଅଭିଭାଷଣ ରଖିଥିଲେ।

କାର୍ଯ୍ୟକ୍ରମରେ ସୂର୍-ତାଲ୍ ସଂପାଦକ ସୁଜିତ୍ କୁମାର ସାହୁ, କୋଷାଧକ୍ଷ୍ୟ ମୃତ୍ୟୁଞ୍ଜୟ ମହାପାତ୍ର, ବରିଷ୍ଠ ଉପଦେଷ୍ଟା ଚୈତନ୍ୟ ପୋଥାଳ, ଉପଦେଷ୍ଟା ପ୍ରଭାତ କୁମାର ଦାସ୍, ବିଶ୍ଵରଞ୍ଜନ ସିହ୍ନା, ଶାନ୍ତନୁ କୁମାର ସ୍ଵାଇଁ, ସତ୍ୟନାରାୟଣ ଦାସ, ଧୃବିତ୍ କୁମାର ପ୍ରଧାନ, ମନୋଜ ପୃଷ୍ଟି, ଅଜିତ୍ କୁମାର ସାହୁ, ଉଦୟ କୁମାର ସାହୁ ,ସନ୍ତୋଷ କୁମାର ସାମଲ, ପ୍ରକାଶ କୁମାର ନନ୍ଦ, ପ୍ରଶାନ୍ତ ଦେବତା , ପୂର୍ଣ୍ଣଚନ୍ଦ୍ର କର, କେଦାର ବେହେରା, ଅଶୋକ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।