ମୁଖ୍ୟ ଖବର

କ୍ରିକେଟ୍‌ର ସମସ୍ତ ଫର୍ମରୁ ସନ୍ନ୍ୟାସ ନେଲେ ସୁରେଶ ରାଇନା

By Angul TV Bureau

September 06, 2022

ଭୁବନେଶ୍ୱର: କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ସୁରେଶ ରାଇନା। ରାଇନା ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ (ଆଇପିଏଲ୍‌) ସମେତ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଚାରି ଥର ଆଇପିଏଲ୍‌ ଚାମ୍ପିୟନ୍‌ ହୋଇ ଚେନ୍ନାଇ ସୁପର୍‌ କିଙ୍ଗ୍‌ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରାଇନା ୨୦୨୨ ମସିହା ଆଇପିଏଲ୍‌ରେ ନିଲାମରେ ଭାଗ ନେଇ ନଥିଲେ।

ରାଇନା ୨୨୬ଟି ଦିନିକିଆ ମ୍ୟାଚ୍ ଖେଳି ୫୬୧୫ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି ୧୧୬ ରନ୍‌। ସେହିପରି ଟି-୨୦ରେ ସେ ୭୮ ମ୍ୟାଚ୍‌ ଖେଳି ୧୦୬୫ ରନ୍‌ ହାତେଇଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ। ବ୍ୟକ୍ତିଗତ କାରଣ ପାଇଁ ଗତବର୍ଷର ଆଇପିଏଲ୍ ଖେଳିନଥିଲେ ରାଇନା। ୨୦୨୦ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଘରୋଇ କ୍ରିକେଟ୍‌ରେ ମଧ୍ୟ ସକ୍ରିୟ ନଥିଲେ।