ଅନ୍ୟାନ୍ୟ

ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବି

By Angul TV Bureau

October 22, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ୨୫ ଅକ୍ଟୋବରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କିଶୋରନଗର ବ୍ଲକ୍ ଅଫିସ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅନନ୍ତ ଚରଣ ପ୍ରଧାନ, ରମଣୀରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ପୀତାମ୍ବର ପ୍ରଧାନ, କୈଳାସ ପ୍ରଧାନ, ଗୌରଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ଚେରୁ ପ୍ରଧାନ, ନିରାକାର ମୁଣ୍ଡା, ରଣଜିତ ପ୍ରଧାନ ପ୍ରମୁଖ ଯୋଗଦେଇ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଅହୋରାତ୍ର ଗଣଧାରଣାକୁ ସଫଳ କରିବା ପାଇଁ ମତ ରଖିଥିଲେ ।