ମୁଖ୍ୟ ଖବର

ବେଆଇନ ଫର୍ଣ୍ଣିଚର କାରଖାନାରେ ଅତର୍କିତ ଚଢ଼ାଉ, ୨ ଗିରଫ

By Angul TV Bureau

September 18, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ବାଗଡ଼ିଆ ଓ ଖମାର ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଦୁଇଟି ଫର୍ଣ୍ଣିଚର କାରଖାନା ଉପରେ ବନ ବିଭାଗ ଚଢ଼ାଉ କରିଛି। ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ରେଞ୍ଜ ଓ ଡିଭିଜନ ମୋବାଇଲ୍‌ ଟିମ୍‌ର ମିଳିତ ଚଢ଼ାଉରେ ପ୍ରାୟ ୧୬ ଘନଫୁଟ ସାଗୁଆନ କାଠ ସହ ବିଭିନ୍ନ କାଠ ସାମଗ୍ରୀ ଜବତ ହୋଇଛି। ଏଥିରେ ସୋଫା ସେଟ୍‌, ଅଧା ତିଆରି ସୋଫା ଓ ୨ଟି ବେଡ୍‌ ଫ୍ରେମ୍‌ ରହିଛି। ଏହି ଘଟଣାରେ ପ୍ରଶାନ୍ତ ବେହେରା (୪୫) ଓ ସୁକାନ୍ତ ପ୍ରଧାନ (୪୩)ଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ କାଠ ଓ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ କହିଛି।