ଅନୁଗୁଳ: ଅନୁଗୁଳର ସୁଶାନ୍ତ ନାଏକଙ୍କୁ ଅନ୍ତର୍ଜାତୀୟ ଉସୁ ବିଚାରପତି ମାନ୍ୟତା। ଅନୁଗୁଳ ଜିଲ୍ଲା ତରଫରୁ ଜିଲ୍ଲା ଉଶୁ ଆସୋସିଏସନ୍ ର ସାଧାରଣ ସମ୍ପାଦକ ସୁଶାନ୍ତ ନାଏକ ଚୀନରେ ଆୟୋଜିତ ହେଇଥିବା ଏସିଆନ ଉସୁ ବିଚାରକ ଭାବରେ ପ୍ରଶିକ୍ଷଣ ନେଇଥିଲେ। ଜୁନ ୨୭ ରୁ ଜୁଲାଇ ୩ ଯାଏଁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ନାଏକ ଅନ୍ତର୍ଜାତୀୟ ବିଚାରକ ଭାବରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟର ଏକମାତ୍ର ବ୍ୟକ୍ତି ଭାବେ ସେ ଅଂଶଗ୍ରହଣ କରିଥିଲେ।
ଏହି ସଫଳତା ପରେ ଶ୍ରୀ ନାଏକଙ୍କୁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ରାଜ୍ୟ ଉସୁ ସଂଘର ସଭାପତି ଓ ପ୍ରତିଷ୍ଠାତା ଏସ ଏସ ହରିଚନ୍ଦନ, ଟେକ୍ନିକାଲ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଜିଲ୍ଲାର ଓସୁ ଜିଲ୍ଲା ସଭାପତି ଓ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ୱର୍କିଙ୍ଗ ପ୍ରେସିଡେଣ୍ଟ ଦିନେଶ ପ୍ରଧାନ, ଓସୁ ଆସୋସିଏସନ୍ ର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।