ଘଟଣା ଓ ଦୁର୍ଘଟଣା

ରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

By Angul TV Bureau

May 16, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ କେନ୍ଦୁପାଟଣା ସାହିର ଆନନ୍ଦ ବେହେରା (୩୦)ଙ୍କ ମୃତଦେହ ନାଲକୋ ଆସପଣ୍ଡ ନିକଟ ଅନୁଗୁଳ-ତାଳଚେର ରେଲୱେ ଟ୍ରାକ ନିକଟରୁ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଡ଼ି ମାଲିକ ଅମିତ ସାମଲଙ୍କ ଫୋନ୍ ପାଇ ଆନନ୍ଦ ଗାଡ଼ି ଚଳାଇବାକୁ ଘରୁ ବାହାରିଥିଲେ‌। କିନ୍ତୁ ଆଉ ଫେରିନଥିଲେ। ଆଜି ତାଙ୍କ ସାନ ଭାଇ ସାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦେଖିବାକୁ ପାଇଥିଲେ।

ଭାଇଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ସନ୍ଦେହ କରି ସାନନ୍ଦ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାଲକୋ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।