ମୁଖ୍ୟ ଖବର

ଅଟୋ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ନା ଦୁର୍ଘଟଣା??

By Biswaranjan Pattnaik

September 03, 2021

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡରେ ଅଟୋ ଚଳାଇ ପେଟ ପୋଷୁଥିବା ମୁନା ବେହେରାଙ୍କ ଅସ୍ୱାଭାବିକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି। ଘଟଣାରୁ ପ୍ରକାଶ ୩୧ ତାରିଖ ରାତି ପ୍ରାୟ ବାରଟା ବେଳେ ମୁନାକୁ ଅଟୋ ଭଡାରେ ଯିବା କହି କିଛି ଲୋକ ଡାକିନେଇଥିଲେ। ରାତି ଗୋଟାଏ ବେଳକୁ କେହିଜଣେ ମୁନା ଫୋନରୁ ଅମଲାପଡା ଘରକୁ ଫୋନ କରି କହିଲା ତମ ଲୋକ କୁରୁଡୁଲ କୁକୁଡାଙ୍ଗ ରାସ୍ତାର ଏକ ନିଛାଟିଆ ଯାଗାରେ ପଡିଛନ୍ତି, ଆସି ଶୀଘ୍ର ନେଇଯାଅ।ଖବର ପାଇ ମୁନାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ସେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ତାଙ୍କୁ ରାତି ଦୁଇଟା ରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା।ତେବେ ସେଠାରେ ପରଦିନ ମୁନାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁନାଙ୍କ ପରିବାର ଲୋକେ ଶବକୁ ବ୍ୟବଛେଦ କରାଇ ନିଜ ଗାଁ ପରଜଙ୍ଗ ଚାଲିଯାଇଥିବାରୁ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇପାରିନାହିଁ।ବ୍ୟବସାୟିକ ହିଂସା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ଘଟଣା ସ୍ଥଳରୁ ମୁନାର ଫୋନ ଗାଏବ ହୋଇଯାଇଛି।କଲ ରେକର୍ଡ ରୁ ହତ୍ୟାକାଣ୍ଡ ନେଇ ସୁରାକ ମିଳିପାରେ ବୋଲି ଆଶା କରାଯାଉଛି।