ଘଟଣା ଓ ଦୁର୍ଘଟଣା

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ୫ ଘଣ୍ଟା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

By Angul TV Bureau

May 21, 2022

ତାଳଚେର/ ଅନୁଗୁଳ: ଲିଙ୍ଗରାଜ କୋଇଲା ଖଣିର କୋଲକରିଡ଼ର ରାସ୍ତାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହାଣ୍ଡିଧୂଆଁ କେଳାସାହି ଅଞ୍ଚଳର ମହେଶ୍ୱର ସିଂ (୫୦) ବୋଲି ଜଣାପଡ଼ିଛି। ମୃତକଙ୍କ ଲାଗି କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଫଳରେ ଦିନ ୧୨ଟା ରୁ ୫ ଟା ଯାଏଁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପଟେ ପରିବାର ଲୋକେ ଏହାକୁ ଦୁର୍ଘଟଣା କହୁଥିବା ବେଳେ ଅତ୍ୟଧିକ ଖରା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ କହୁଛି। ଖବର ପାଇ ଜିଏମ୍, ପିଓ, ଏମସିଏଲର ପଦାଧିକାରୀ, ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ପୋଲିସ ଶବ ଜବତ କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।