ମୁଖ୍ୟ ଖବର

ଦୋକାନରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

By Angul TV Bureau

July 15, 2024

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ସେଣ୍ଟ୍ରାଲ ମାର୍କେଟ ନିକଟରେ ଥିବା ବାବାମଣୀ ଗ୍ଲାସ ହାଉସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ମାଣିଆବନ୍ଧ ଗ୍ରାମ ନିବାସୀ ବ୍ରଜବନ୍ଧୁ ସ୍ୱାଇଁ ( ୪୫ )।

ସୂଚନା ଅନୁଯାୟୀ, ବ୍ରଜବନ୍ଧୁ ଦୋକାନରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଉକ୍ତ ଗ୍ଲାସ ହାଉସ ମାଲିକଙ୍କ ପୁଅ ପ୍ରଥମେ ନାଲକୋ ମେଡ଼ିକାଲକୁ ନେଇଥିଲେ। କିନ୍ତୁ ତା’ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଖବର ପାଇ ନାଲକୋ ଥାନା ପୋଲିସ ଉକ୍ତ ଗ୍ଲାସ ହାଉସରେ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରିଛି। ଏଥିସହ ବାବାମଣି ଗୋଦାମ କର୍ମଚାରୀ ଓ ମାଲିକଙ୍କ ପରିବାରକୁ ପଚରାଉଚରା କରିଛନ୍ତି।

ତେବେ ମୃତକଙ୍କ ପରିବାର ଲୋକ ପହଞ୍ଚି ବ୍ରଜବନ୍ଧୁଙ୍କ ମୃତ୍ୟୁକୁ ଅସ୍ୱାଭାବିକ ବୋଲି କହିଛନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବଡ଼ ଭାଇ ଜୟାନନ୍ଦ ସ୍ୱାଇଁ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।