ଘଟଣା ଓ ଦୁର୍ଘଟଣା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

By Biswaranjan Pattnaik

April 14, 2024

 

ଅନୁଗୁଳ: ଆଜି ସକାଳେ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଜଣେ ଯୁବକର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।ମହାବିଦ୍ୟାଳୟ ସମ୍ମୁଖରେ ଥିବା ଧାଡି ଧାଡ଼ି ଦୋକାନ ମଧ୍ୟରୁ ସଂପୃକ୍ତ ଯୁବକ ଜଣକ ଗୋଟିଏ ଦୋକାନ ଭିତରକୁ ପଶିବା ପାଇଁ ଉଦ୍ୟମ କଲାବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଯୁବକ ଜଣକ ଯାଯାବର ସଂପ୍ରଦାୟର ବୋଲି ଅନୁମାନ କରାଯାଉଛି। ଶନିବାର ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା ବେଳେ ସକାଳୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମେଡ଼ିକାଲ ପଠାଇଛି।