ଅନ୍ୟାନ୍ୟ

ସ୍ୱଚ୍ଛତା ଦିବସ: ନିଜ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ସଫା କଲେ ଉପଜିଲ୍ଲାପାଳ

By Angul TV Bureau

September 17, 2024

ଅନୁଗୁଳ: ସ୍ୱଚ୍ଛତା ଦିବସ ଉପଲକ୍ଷେ ନୂତନ ଭାବେ ଦାୟିତ୍ୱ ନେଇଥିବା ଉପଜିଲ୍ଲାପାଳ ସମୀର କୁମାର ଜେନା (IAS) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ଏବଂ ଚତୁଃପାର୍ଶ୍ୱ ସଫା କରିଛନ୍ତି। ଏହା ସହିତ କିପରି ପରିବେଶ ପରିଷ୍କାର ରହିବ ସେ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର, ଅତିରିକ୍ତ ଜିଲ୍ଲାପାଳ ପୁଷ୍ପିତା ମଧୁମତି ଦେହୁରୀ, ଅତିରିକ୍ତ ଜିଲ୍ଲାପାଳ ନାରାୟଣ ସେଠୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ପୌରପାଳିକାର ସଫେଇ କର୍ମଚାରୀ ଯୋଗ ଦେଇଥିଲେ। ଅତିଥିମାନେ ପୌରପାଳିକାର ସମସ୍ତ ସଫେଇ କର୍ମଚାରୀଙ୍କୁ ହ୍ୟାଣ୍ଡଗ୍ଲୋଭସ ଏବଂ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।