ଅନ୍ୟାନ୍ୟ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ

By Biswaranjan Pattnaik

September 25, 2025

ଅନୁଗୁଳ: ଆଜି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ  ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ମହାବିଦ୍ୟାଳୟର ବିଭିନ୍ନ ପ୍ରାନ୍ତରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଜାତୀୟ ସେବା ଯୋଜନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ମଧୁସ୍ମିତା ପଟ୍ଟନାୟକ,  ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଡକ୍ଟର ରାକେଶ ରଞ୍ଜନ ବେହେରା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।