କଳା ଓ ସଂସ୍କୃତି

ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ଜୟନ୍ତୀପାଳିତ

By Angul TV Bureau

February 13, 2022

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍,ଅନନ୍ତବିହାର ଦ୍ଵାରା ଶନିବାର ବେଦ ଉଦ୍ଧାରକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ୧୯୮ ତମ ଜୟନ୍ତୀ ପାଳିତ ହୋଇଯାଇଅଛି।ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ। ଏହି ପୁଣ୍ୟ ଦିବସ ଅବସରରେ ଅନୁଷ୍ଠାନରେ ସ୍ଵତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁବ୍ରତ ପାଣି ଏବଂ ରବି ନାରାୟଣ ପଣ୍ଡାଙ୍କ ମିଳିତ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଶ୍ଳୋକ ଆବୃତ୍ତି ଏବଂ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ତଥା ଉତ୍ସବର ମୁଖ୍ୟ ଅତିଥି ଆପଣା ବକ୍ତବ୍ୟରେ ରାଷ୍ଟ୍ରୀୟ ଏକତା ପାଇଁ ବ୍ୟକ୍ତିଗତ ଉଦ୍ୟମ ଏକାନ୍ତ ଲୋଡ଼ା ବୋଲି ଗୁରୁତ୍ୱ ଆରୋପ ସହିତ ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ତ୍ୟାଗପୂତ ଜୀବନୀର ତଥ୍ୟ ଉପସ୍ଥାପନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସସ୍ମିତା ମଞ୍ଜରୀ ଦେବୀ, ରୀତାରାଣୀ ତ୍ରିପାଠୀ, ସୁଧାଂଶୁ କୁମାର ସ୍ଵାଇଁ, ଚିତ୍ତରଞ୍ଜନ କର , ସୁନନ୍ଦା ଦାସ,ଦୀପକ କୁମାର ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।