ପ୍ରତିଭା ଓ ବ୍ୟକ୍ତିତ୍ୱ

ସ୍ୱର୍ଣାଙ୍କୀଙ୍କୁ ମିଳିଲା ଓଡ଼ିଶୀ ଜାତୀୟ ମେଧାବୃତ୍ତି

By Biswaranjan Pattnaik

May 23, 2025

ଅନୁଗୁଳ: ଅନୁଗୁଳର ସ୍ୱର୍ଣାଙ୍କୀ ଦାସଙ୍କୁ ୨୦୨୨-୨୩ ମସିହା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ବିଭାଗଜାତୀୟ ଛାତ୍ରବୃତ୍ତି ମିଳିଛି।ସେ ନୃତ୍ୟନୀଳୟର ପ୍ରତିଷ୍ଠାତା ଗୁରୁ ସ୍ଵପ୍ନାରାଣୀ ସିହ୍ନାଙ୍କ ଠାରୁ ଓଡ଼ିଶୀ ନୃତ୍ୟରେ ନିୟମିତ ପ୍ରଶିକ୍ଷଣ ନେଇ ଆସୁଛନ୍ତି।

ସ୍ୱର୍ଣାଙ୍କୀ ଗୁରୁ ସ୍ଵପ୍ନାରାଣୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମହୋତ୍ସବ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି।ସେହିଭଳି ଆଜାଦି କା ଅମୃତ ମହୋତ୍ସବ ଅବସରରେ ଦିଲ୍ଲୀର ଗଣତନ୍ତ୍ର ଦିବସରେ ରାଜପଥରେ ନୃତ୍ୟନିଳୟ ପକ୍ଷରୁ ଯେଉଁ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା ସେଥିରେ ସେ ମଧ୍ୟ ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସିତ ହୋଇଥିଲେ। ସ୍ୱର୍ଣାଙ୍କୀଙ୍କ ଏହି ସଫଳତା ନେଇ ନୃତ୍ୟାନୀଳୟ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।