ମୁଖ୍ୟ ଖବର

ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

By Biswaranjan Pattnaik

August 20, 2025

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ଆଜି ଅନୁଗୁଳ ପୌରପାଳିକା ସଭା କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପାରିଷଦ ଓ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ବୈଠକରେ ଦିବସ ଅବସରରେ ସକାଳ ବେଳା ପତାକା ଉତ୍ତୋଳନ, ସଫେଇ କର୍ମଚାରୀଙ୍କୁ ଡ୍ରେସ୍ ପ୍ରଦାନ, ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ ଆଦି କରାଯିବ। ଅପରାହ୍ନରେ ମଲ୍ଟି ପର୍ପୋଜ ହଲ, ହୁଲୁରୁସିଂହା ମ୍ୟାଟେରିଆଲ ରିକଭରୀ ଫାସିଲିଟି ସେଣ୍ଟର୍, ହେମସୁରପଡ଼ା ଉଦ୍ଘାଟିତ ହେବ। ଏଥି ସହ ମ୍ୟୁନିସପାଲିଟି ରିକ୍ରିୟେଶନ କ୍ଳବ୍, ଗେଷ୍ଟ ହାଉସ ଆଦିର ଭୂମି ପୂଜା ଅନୁଷ୍ଠିତ ହେବ।ସନ୍ଧ୍ୟାରେ ସାଧାରଣ ସଭା,ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।