ଘଟଣା ଓ ଦୁର୍ଘଟଣା

କୋଭିଡ୍ କଟକଣା ଉଲ୍ଲଙ୍ଘନ, ମିଠା ଦୋକାନ ସିଲ୍

By Angul TV Bureau

May 12, 2021

ଅନୁଗୁଳ: କରୋନା କଟକଣା ଉଲଂଘନ ନେଇ ନାଲ୍‌କୋ ଥାନା କାଣ୍ଡସରସ୍ଥିତ ଏକ ମିଠା ଦୋକାନ ସିଲ୍‌ କରିଦେଇଛି ପୁଲିସ । ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ବି ଦୋକାନ ଖୋଲାଯିବା ନେଇ ନାଲ୍‌କୋ ପୁଲିସ ତାଙ୍କୁ ତାଗିଦ୍ କରିଥିଲା। ପୁଲିସ ବାରଣକୁ ଭ୍ରୂକ୍ଷେପ ନକରି ଗତକାଲି ପୂର୍ବାହ୍ନରେ ପୁଣି ଦୋକାନ ଖୋଲିଥିବା ବେଳେ ଗ୍ରାହକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ତାଲା ପକାଇ ଦୋକାନୀ ଛୁ ମାରିଥିଲେ। ସେହିପରି ନାଲ୍‌କୋ ଦୈନିକ ବଜାରରେ କେତେକ ଦୋକାନୀ ଲୁଚା ଚୋରାରେ କାରବାର ଚଳାଇଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା।