ଘଟଣା ଓ ଦୁର୍ଘଟଣା

ସୁଇଟ ସାଉଣ୍ଡର ମାଲିକଙ୍କ ପରଲୋକ

By Biswaranjan Pattnaik

February 16, 2025

ଅନୁଗୁଳ: ଆଜି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ସୁଇଟ ସାଉଣ୍ଡର ମାଲିକସୁରେଶ ସାହୁଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ସନ୍ଧ୍ୟାରେ ଟଙ୍କା ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରେଶଙ୍କ ଘର ତୁରଙ୍ଗ ଗାଁରେ। ଜଣେ ସାଉଣ୍ଡ ସିଷ୍ଟମର ମାଲିକ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ସୁପରିଚିତ ଥିଲେ। ଅନୁଗୁଳର ଅନେକ ସଭା ସମିତି ବିଶେଷ କରି ସଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ସାଉଣ୍ଡ ସିଷ୍ଟମ ଲୋଡ଼ା ପଡୁଥିଲା। ଜଣେ ଅମାୟିକ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ପରଲୋକରେ ଅନୁଗୁଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି।