ମୁଖ୍ୟ ଖବର

ଅନୁଗୁଳ ଷ୍ଟାଡିୟମରେ ପଡ଼ିବ ସିନ୍ଥେଟିକ ଟ୍ରାକ: ଡିଏମଏଫରୁ ଅର୍ଥ ମଞ୍ଜୁର କଲେ ଜିଲ୍ଲାପାଳ

By Biswaranjan Pattnaik

January 19, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତରଙ୍କ ସମୟରେ ଅନୁଗୁଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ଯେଭଳି ଅର୍ଥ ଦିଆଯାଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ନିକଟରେ ଅନୁଗୁଳ ସହରର ବିକାଶ ପାଇଁ ପୌରପାଳିକାକୁ ୨୯ କୋଟି ଟଙ୍କା ଦେବା ପରେ ଅନୁଗୁଳ ଷ୍ଟାଡିୟମରେ ସିନ୍ଥେଟିକ ଟ୍ରାକ ପାଇଁ ଗତ ୧୭ ତାରିଖରେ ଡିଏମଏଫରୁ ୯ କୋଟି ୧୫ ଲକ୍ଷ ୨୩ ହଜାର ଟଙ୍କା ମଞ୍ଜୁର କରାଯାଇଛି।

ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ ଏହାର କାମ ସଂପୂର୍ଣ୍ଣ ହେବବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ଏହି ସିନ୍ଥେଟିକ ଟ୍ରାକରେ ପିୟୁର ଆସ୍ତରଣ ସହ ରବର ଗ୍ରାନୁଏଲ୍ସ ରହିଥାଏ ଯାହା ଦୌଡ଼ିବାକୁ ସହଜ ହୋଇଥାଏ। ଏଠାରେ ସୂଚନାଯୋଗ୍ୟ ଯେ, ଟ୍ରାକ ପଡ଼ିବା ପରେ ଷ୍ଟାଡିୟମରେ ଆଉ ମେଳା ମହୋତ୍ସବ ପଡ଼ି ପାରିବ ନାହିଁ।