ମୁଖ୍ୟ ଖବର

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ ଟପ୍ ଅଭ୍ୟାସ ଆୟୋଜିତ, ତାଲିମ ନେଲେ ଜିଲ୍ଲାଧିକାରୀ

By Angul TV Bureau

June 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସୋମବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧ‌ିକରଣର ସହାୟତାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସୂଚନା ପାଇଲେ ସରକାରୀ ବିଭାଗୀୟ ଅଧିକାରୀ କିଭଳି ପଦକ୍ଷେପ ନେବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଅଭ୍ୟାସରେଏନଡିଆ ଏଫ୍ ଓ ଅଗ୍ନିଶମ ବିଭାଗ ଦ୍ବାରା ବିପର୍ଯ୍ୟୟ ସମୟରେ ବ୍ୟବହୃତ ସମସ୍ତ ଆନୁଷଙ୍ଗିକ ଯନ୍ତ୍ରପାତି କିପରି ପରିଚାଳନା।କରାଯିବ ତାର ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଉପ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ନାରାୟଣ ବାଗ, NDRFର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ପ୍ରିୟମ୍ବଦା ସ୍ବାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁପ୍ରଭା ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ.ପ୍ରତାପ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।