କ୍ରୀଡ଼ା

ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତାଇକୋଣ୍ଡୋ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ

By Angul TV Bureau

May 14, 2023

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡା ଶିଶୁ ଉଦ୍ୟାନରେ ତାଇକୋଣ୍ଡୋ ସଂଘ ପକ୍ଷରୁ ୨୦୨୨-୨୩ ରେ ରାଜ୍ୟ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ପୂର୍ବତନ ନଗରପାଳ ତଥା ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ଏହି ଛାତ୍ରଛାତ୍ରୀ ଅନୁଗୁଳ ତାଇକୋଣ୍ଡୋ ସଂଘର ସଂପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ନିକଟରୁ ଶିକ୍ଷା ଗ୍ରହଣ କରୁଛନ୍ତି। ମାନପତ୍ର ପ୍ରଦାନ ସମୟରେ ଜିନ୍ଦଲ ସ୍କୁଲର ଶିକ୍ଷିକା ତପସ୍ୱିନୀ ପ୍ରଧାନ, ଲିଟିଲ୍ ହାର୍ଟସ ସ୍କୁଲର ଶିକ୍ଷିକା ଜସ୍ଲିଁନ ସାହୁ, ଜାତୀୟ ଖେଳାଳି ଓ ତାଇକୋଣ୍ଡୋ ପ୍ରଶିକ୍ଷିକା ନମିତା ମିଶ୍ର ଓ ଜାତୀୟ ଖେଳାଳି ଚିତ୍ତରଂଜନ ମହନ୍ତ , ଆଇନଜୀବୀ ପ୍ରଦୀପ କୁମାର ଦେବତା ଉପସ୍ଥିତ ଥିଲେ।