ଅନୁଗୋଳ: ବିଶ୍ୱ ପରିବେଶ ଦିବସରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ମାନେ କିଛି ଗଛ ଲଗାଇଥିଲେ।କୋଚ୍ ଦୁଷ୍ୟନ୍ତ୍ କୁମାର ନାଥଙ୍କ ତତ୍ତ୍ଵାବଧାନରେ ଟାଇକୁଣ୍ଡୁ ପ୍ରଶିକ୍ଷାର୍ଥୀ ମାନେ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ କିଛି ଫଳ ଗଛ ଲଗାଇଥିଲେ। ଏ ଉପଲକ୍ଷେ ଆୟୋଜିତ ସମାରୋହକୁ ଉଦ୍ଘାଟନ କରିଥିଲେ ବରିଷ୍ଠ ସରକାରୀ ଆଇନଜୀବୀ ପ୍ରଦୀପ କୁମାର ଦେବତା।
ପ୍ରତ୍ୟେକ ଛାତ୍ରଛାତ୍ରୀ ମା’ଙ୍କ ନାଁରେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ସୁରକ୍ଷା ନେବାକୁ ପରାମର୍ଶ ଦେଇଥିଲେ। ପରିବେଶକୁ ସୁସ୍ଥ ସବୁଜ ରଖିବା ପାଇଁ ପ୍ଲାଷ୍ଟିକ ଜିନିଷକୁ ବର୍ଜନ କରିବା ଏବଂ ଅଧିକରୁ ଅଧିକ ଗଛ ଲଗାଇବାକୁ ଶ୍ରୀ ଦେବତା ପରାମର୍ଶ ଦେଇଥିଲେ ପିଲାମାନେ ମଧ୍ୟ ଗଛ ଲଗାଇବା ଏବଂ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ କରିବା ନେଇ ଶପଥ ନେଇଥିଲେ।