ମୁଖ୍ୟ ଖବର

ତାଳଚେରରୁ ଚିହ୍ନଟ ହେଲା ଦେବଗଡ଼ ଜିଲ୍ଲାର ସଂଜୀବନୀ ଶ୍ରୀକ୍ଷେତ୍ର ପାଇଁ ଦାରୁ

By Angul TV Bureau

June 23, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ହେଁସମୂଳ ଗାଁରେ ଚିହ୍ନଟ ହୋଇଛି ଦେବଗଡ଼ ଜିଲ୍ଲାର ସିନ୍ଦୁରକଲି ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ। ଏହି ପୀଠ ସଂଜୀବନୀ ଶ୍ରୀକ୍ଷେତ୍ର ଭାବେ ଜଣାଶୁଣା।

ଆଜି ଅନୁଷ୍ଠିତ ହୋଇଥିବା ବନଯାଗ ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ବଳଭଦ୍ର, ସୁଦର୍ଶନଙ୍କ ନୂତନ ବିଗ୍ରହ ପାଇଁ ଦାରୁ ସଂଗ୍ରହ କରାଯାଇଛି। ଏହି ଦାରୁ ସିନ୍ଦୁରକଲିର ଶ୍ରୀ ଶ୍ରୀ ବଜରଙ୍ଗବାଲୀ ସେବାଶ୍ରମକୁ ନିଆଯିବ। ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ମା’ ହିଙ୍ଗୁଳାଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।