ମୁଖ୍ୟ ଖବର

ତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ

By Biswaranjan Pattnaik

February 01, 2021

ଅନୁଗୁଳ: ରବିବାର ବଅଁରପାଳ ପୁଲିସ ଏକ ମିଲ ଉପରେ ଚଢ଼ାଉ କରି ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ମିଲ ମାଲିକ ପ୍ରମୋଦ ସାହୁଙ୍କୁ ଗିରଫ କରିଛି। ମିଲରୁ ୭ କେଜି ହଳଦୀ ଗୁଣ୍ଡ, ୨୦୦ ପ୍ୟାକେଟ ଆଦର୍ଶ ବ୍ରାଣ୍ଡ ଅଟା,ସିଲିଙ୍ଗ ମେସିନ,ନିଷିଦ୍ଧ ପଲିଥିନ ବ୍ୟାଗ ଜବତ କରାଯାଇଛି। ବିଭିନ୍ନ ହାଟ,ବଜାର ଏବଂ ଗ୍ରାମାଞ୍ଚଳରେ ଏହି ଅପମିଶ୍ରିତ ସାମଗ୍ରୀ ବିକ୍ରି ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା। ଆଗାମୀ ଦିନରେ ଏହି ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ପୁଲିସ୍ କହିଛି।