ମୁଖ୍ୟ ଖବର

ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

By Angul TV Bureau

July 04, 2022

ଅନୁଗୁଳ: ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି ତାଳଚେର ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟିର କହିବା ଅନୁସାରେ, ମେଡ଼ିକାଲ କଲେଜକୁ ଚଳାଇବାକୁ ଏମସିଏଲ୍ ଟଙ୍କା ଦେବାକୁ ରାଜି ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ଚଲେଇବାକୁ ଘୋଷଣା କଲେ। କିନ୍ତୁ ଇତି ମଧ୍ୟରେ ଏକ ମାସ ବିତିଥିଲେ ମଧ୍ୟ କୌଣସି ଅଗ୍ରଗତି ହେଉନାହିଁ। ଏଣୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରାଯିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଆଜି ୧୨ ଘଣ୍ଟିଆ ବନ୍ଦ୍ ସହ ଅର୍ଥନୈତିକ ଅବରୋଧ କରିଛି। ଏହି ବନ୍ଦକୁ ତାଳଚେରର ବିଭିନ୍ନ ସଂଘ ସମର୍ଥନ କରିଥିବା ବେଳେ ସହରର ଦୋକାନ ବଜାର ବନ୍ଦ ରହିଛି। ଏଥିସହ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ଓ କୋଇଲା ପରିବହନ ମଧ୍ୟ ଠପ୍ ହୋଇଛି।