ମୁଖ୍ୟ ଖବର

ବିଜେପିର ସଂଗଠନ ପର୍ବ ପାଇଁ ସମୀକ୍ଷା ବୈଠକ ଆୟୋଜିତ, ସଦସ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ

By Sanjeeb Biswal

November 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେପିର ସଂଗଠନ ପର୍ବ ତଥା ସଦସ୍ୟତା, ସକ୍ରିୟ ସଦସ୍ୟ ଏବଂ ଦଳୀୟ ନିର୍ବାଚନ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କ ପରାମର୍ଶ କ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉପସଭାପତି ନୃସିଂହ ବରାଳ ସକ୍ରିୟ ସଦସ୍ୟତା ପ୍ରତି ବୁଥ ସ୍ତରରୁ କରିବା ଉପରେ ଜୋର ଦେଇଥିଲେ। ତାଳଚେର ନିର୍ବାଚନ ମଣ୍ଡଳୀର ଇତି ମଧ୍ୟରେ ୩୦୦ ରୁ ଅଧିକ ସକ୍ରିୟ ସଦସ୍ୟ ହୋଇ ସାରିଲେଣି ବୋଲି ସେ ପ୍ରକାଶ କରିଥିଲେ।

ବ୍ରାହ୍ମଣୀ, କଣିହାଁ, ହିଙ୍ଗୁଳା, ସାରଶକ୍ତି, ରେଳ ଓ ପୌର ମଣ୍ଡଳ ଆଦି ସମସ୍ତ ୬ ଟି ମଣ୍ଡଳରେ ଯଥାକ୍ରମେ ବୃନ୍ଦାବନ ବେହେରା, ପ୍ରଶାନ୍ତ ସାହୁ, ଲୋକନାଥ ସାହୁ, ନିରୋଜ ଦାସ, ଗୋପାଳ ଚନ୍ଦ୍ର ସାହୁ ଓ ଖଇରା ପ୍ରଧାନଙ୍କୁ ସଂଗଠନ ପର୍ବ ମଣ୍ଡଳ ନିର୍ବାଚନ ସହଯୋଗୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଠକରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ସତ୍ୟବନ୍ତ ସାହୁ, ନରେନ୍ଦ୍ର ସାହୁ, ନରେଶ ଚନ୍ଦ୍ର ବେହେରା, ଲୋକନାଥ ସାହୁ, ସମସ୍ତ ମଣ୍ଡଳ ସାଧାରଣ ସମ୍ପାଦକ, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।