ମୁଖ୍ୟ ଖବର

ଅପରେସନ ସିନ୍ଦୂର ପରେ ଯୁଦ୍ଧ ଆଶଙ୍କା: ମକଡ୍ରିଲ କରି ଲୋକଙ୍କୁ ସଚେତନ କଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ

By Angul TV Bureau

May 08, 2025

ଅନୁଗୁଳ: ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଅନୁଗୁଳ ଜିଲ୍ଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ ପକ୍ଷରୁ  ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କରାଯାଇଛି। ଏ ଅବସରରେ ଯୁଦ୍ଧ ହେଲେ କିପରି ତାହାର ମୁକାବିଲା କରିବେ, ସେନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଆକାଶରୁ ବୋମା ବର୍ଷା ହେଲେ ନାଗରିକଙ୍କ ଧନ ଜୀବନ ସହ ଆସବାବପତ୍ର କିପରି ସୁରକ୍ଷିତ ରହିବ, ସେନେଇ ବେସାମରିକ ପ୍ରତିରକ୍ଷା ସଂଗଠନର ମୁଖ୍ୟ ସୂଚନା ଦେଇଥିଲେ।

ତାଳଚେରରେ ଭାରୀଜଳ ପ୍ରକଳ୍ପ, ସମସ୍ତ କୋଇଲା ଖଣି ଉଦ୍ୟୋଗ, ତାପଜ ବିଦ୍ୟୁତ କେନ୍ଦ୍ର ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି। ଏଣୁ ତାଳଚେର ସହର ମଧ୍ୟ ଏହି ବିଭାଗରେ ସାମିଲ ହୋଇଛି ବୋଲି ସୂଚନା ମିଳିଛି।