ମୁଖ୍ୟ ଖବର

ତାଳଚେର ଡ଼ିଫେନ୍ସ ଭେଟରାନର ଶୁଭାରମ୍ଭ

By Biswaranjan Pattnaik

October 13, 2025

ଅନୁଗୁଳ: ତାଳଚେର ବିସିଆଇ ହଲ ଠାରେ ତାଳଚେର ଡିଫେନସ ଭେଟେରାନର ଶୁଭାରମ୍ଭ କରାଯାଇଛି। ଏହି ସଭାରେ ଏଡିଭିର ଉପନିୟମ ଅନୁସାରେ ତାଳଚେର ହବର ନୂତନ କାର୍ଯ୍ୟକର୍ତ୍ତା ପାଇଁ ଭୋଟ ପଦ୍ଧତିକୁ ଅନୁସରଣ କରାଯାଇଥିଲା। ଏହି ପ୍ରକ୍ରିୟାରେ ତାଳଚେର ହବର ସଦସ୍ୟମାନେ ଭେଟେରାନ ଆଦିତ୍ୟ କୁମାର ମହାନ୍ତି,ଭେଟେରାନ ଦେବେନ୍ଦ୍ର ସାହୁ ଏବଂ ଭେଟେରାନ ଗଣେଶ୍ୱର ବେହେରାଙ୍କୁ ନୂଆ ହବ ପରିଚାଳକ ଭାବେ ଚୟନ କରିଥିଲେ।

ଏହି ଭୋଟ ପ୍ରକ୍ରିୟାର ମୁଖ୍ୟ ପରିଚାଳକ ଭେଟେରାନ ଯୁଗଳ କିଶୋର ସାହୁ ଏବଂ ଭେଟେରାନ ଚିତ୍ତରଞ୍ଜନ ନାଥଙ୍କୁ ଅନୁଗୁଳ ଡିଫେନ୍ସ ଭେଟରାନ ତରଫରୁ ନିଯୁକ୍ତି ଦିଆଯାଇଥିଲା। ନିର୍ବାଚନ ସହିତ ଜିବନ ପ୍ରମାଣ ପତ୍ର, ପେନସନ, ବ୍ୟାଙ୍କ ପକ୍ଷରୁ ଲାଭାଂଶ ଆଦି ଉପରେ ଚର୍ଚ୍ଚା ହୋଇଥିଲା। ନୂତନ ଭାବେ ଚୟନ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ସଂଘର ଉନ୍ନତି କିପରି ହେବ ତାହା ବିଷୟରେ ସଂକ୍ଷେପରେ ମତ ରଖି ଥିଲେ। ଏହି ସଭାରେ ଏଡିଭିର ସଭାପତି ‌ଭେଟେରାନ ଅନିଲ କୁମାର ମହାନ୍ତି,ଭେଟେରାନ ରଣଜିତ ଜେନା, ପ୍ରଶାନ୍ତ ମିଶ୍ର,ସୁଶାନ୍ତ କୁମାର ପ୍ରଧାନ,ଚିତ୍ତରଞ୍ଜନ ନାଥ, ଯୁଗଳ କିଶୋର ସାହୁ,ଜୟ  କ୍ରିଷ୍ଣା ନାଥ,  ବିଭୁତି ପଟ୍ଟନାୟକଙ୍କ, ଏବଂ   ସୁଦର୍ଶନ ବେହେରା ଯୋଗ ଦେଇଥିଲେ।