ଅନୁଗୁଳ: ତାଳଚେର ଲିଙ୍ଗରାକଟା ଡବଲ ମର୍ଡର ଘଟଣାରେ ପୋଲିସ ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ଏଥିନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ସମସ୍ତ ତଥ୍ୟ ଦେଇଥିଲେ ଏସପି ରାହୁଲ ଜୈନ।ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଏସ ଡିପିଓ ଭରତ ଚନ୍ଦ୍ର ସାହୁ ଏବଂ ଆଇଆଇସି ଦିଗବିଜୟ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।
ଘଟଣାରୁ ପ୍ରକାଶ ଯେ, ୨୩ ତାରିଖ ରାତିରେ ଲିଙ୍ଗରାକଟା ନିକଟରେ ଥିବା ଗ୍ରୋତମ୍ ଇନ୍ଫ୍ରାସ୍ତ୍ରକ୍ଚର୍ ଷ୍ଟକ୍ ୟାର୍ଡରୁ ଚୋରି ପାଇଁ କିଛି ବ୍ୟକ୍ତି ଉଦ୍ୟମ କରିଥିଲେ। ଫଳରେ ସେଠାରେ ନିରାପତ୍ତା ଦାୟିତ୍ୱରେ ଥିବା ଗନମ୍ୟାନ ଗୁଳି ଚଳାଇଥିଲା।ଏହି ଗୁଳି ମାଡ଼ରେ ଦିବ୍ୟରଞ୍ଜନ ପରିଡ଼ା ଏବଂ ଜନାର୍ଦ୍ଦନ ନାଏକ ନାମକ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ସକାଳେ ଖବର ପାଇ ସନ୍ଧାନୀ କୁକୁର ସହ ଛାନଭିନ କରି ଘଟଣାର ପର୍ଦ୍ଦାଫାଶ କରିଥିଲା। ଏ ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି।
ସେମାନେ ହେଲେ ସାମଲ ଥାନା ଅଞ୍ଚଳର ଗଣେଶ୍ୱର ସାହୁ, ଲଙ୍ଗୁଡ଼ିଆ ବେଡାର ଗନମ୍ୟାନ ଅଭିମନ୍ୟୁ ସାହୁ,ଲିଙ୍ଗରାକଟାର ପର୍ଶୁରାମ ପରିଡ଼ା ଏବଂ ବିହାରର କିଶନ ମାଝୀ ଓ ଆନନ୍ଦୀ ମାଝୀ ବଗଣେଶ୍ୱର ଗୁଳି ମାଡ଼ କରିଥିବା ବେଳେ ଅନ୍ୟ ଚାରିଜଣ ସେତେବେଳେ ନିରାପତ୍ତା ରକ୍ଷୀ ଭାବେ କାମ କରୁଥିଲେ। ସେମାନଙ୍କ ଠାରୁ ଏକ ଡବଲ ବ୍ୟାରେଲ ବନ୍ଧୁକ, ଗୁଳି ଜବତ କରାଯାଇଛି।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।