ଘଟଣା ଓ ଦୁର୍ଘଟଣା

ପୂର୍ବତନ କାଉନସିଲରଙ୍କ ହୃଦଘାତରେ ପରଲୋକ

By Angul TV Bureau

July 02, 2025

ତାଳଚେର: ତାଳଚେରର ଜଣାଶୁଣା ପ୍ରତିଷ୍ଠିତ ବ୍ୟକ୍ତି ତଥା ତାଳଚେର ପୌରପରିଷଦର ପୂର୍ବତନ କାଉନସିଲର ବାବାଜୀ ଚରଣ ରାଉତଙ୍କ ଆଜି ଭୋର ସମୟରେ ପରଲୋକ ଘଟିଛି। ଗତକାଲି ରାତିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ତାଳଚେର ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ।

ସ୍ବର୍ଗତ ବାବାଜୀ ଚରଣ ରାଉତଙ୍କୁ ମୃତ୍ୟୁ ବେଳକୁ ୬୬ ବର୍ଷ ହୋଇଥଲା। ଜନତାଦଳ ସମୟରେ ସେ ତାଳଚେର ପୌରପରିଷଦ ୪ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ମେଳାପି, ମିଷ୍ଟଭାଷୀ ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚାଳରେ ଶୋକର ଛାୟା ଖେଳଯାଇଛି।