ମୁଖ୍ୟ ଖବର

ସଂସଦରେ ଉଠିଲା ତାଳଚେର ସାର କାରଖାନା ପ୍ରସଙ୍ଗ

By Angul TV Bureau

December 05, 2025

ତାଳଚେର: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି। ସେ କାରଖାନା କାର୍ଯ୍ୟକ୍ଷମ ପାଇଁ ଦାବି କରିବା ସହ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠାଇଛନ୍ତି।

ସାଂସଦ ପାଣି କହିଛନ୍ତି ଯେ, ତାଳଚେର ସାର କାରଖାନା ୭୦ ଦଶକରୁ ପ୍ରତିଷ୍ଠା ହୋଇ ପରିଚାଳନା ଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଥିଲା। ସେ ୨୦୦୪ ରେ ରାଜ୍ୟ ସଭା ସଦସ୍ୟ ଥିବା ବେଳେ ସଂସଦରେ ମାଡ୍ରାସ ଫର୍ଟିଲାଇଜର ପ୍ରସଙ୍ଗରେ ଆଲୋଚନା ବେଳେତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷେ ମଧ୍ୟରେ ଟିଏଫଏଲ ପ୍ଲାଣ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ତାଳଚେର ସାର କାରଖାନାରେ ପୂର୍ବରୁ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ପରିବାର ସଦସ୍ୟ ତଥା କ୍ଷତିଗ୍ରସ୍ତଙ୍କୁ ଟିଏଫଏଲ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ସଂସଦରେ ଦାବି କରିଛନ୍ତି।