ମୁଖ୍ୟ ଖବର

ତାଳଚେରର ପ୍ରସିଦ୍ଧ ଗଣେଶଙ୍କ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ: ୧୯ ଲକ୍ଷ ୩୮ହଜାର ଟଙ୍କାରେ ନିଲାମ ନେଲେ ଟିଏସଏସ ଗ୍ରୁପ

By Biswaranjan Pattnaik

September 17, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାରେ ଆଜ୍ଞା ମାଳ ଓ ବିରାଟକାୟ ଲଡ଼ୁ ନିଲାମ ହୋଇଛି। ଆଜି ଗଣେଶଙ୍କ ୩୫୦୦ କେଜି ଓଜନର ଆଜ୍ଞାଲଡ଼ୁ ଓ ଆଜ୍ଞମାଳ ସର୍ବସମ୍ମୁଖରେ ବଡ଼ଦାଣ୍ଡ ସାହି ସ୍ଥିତ ମେଲଣ ପଡ଼ିଆ ଠାରେ ନିଲାମ ହୋଇଛି।

ଏହି ନିଲାମ ଡାକରାରେ ୧୬ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ। ସର୍ବାଧିକ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ଟିଏସଏସ ଗ୍ରୁପର ଯତୀନ ମହାନ୍ତି, ତାପସ ସାହୁ ନିଲାମ ଡାକି ଏହି ୩ ହଜାର ୫ ଶହ କିଲୋ ଓଜନର ଲଡ଼ୁ ନେଇଛନ୍ତି।

କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିଲାମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ନଗରପାଳ ପବିତ୍ର ଭୂତିଆ, କଣିହାଁ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଞ୍ଜନ ବାରିକ, ସାଂସଦଙ୍କ ପ୍ରତିନିଧି ସ୍ୱାଧୀନ ଥମ୍ବ ଓ କେନ୍ଦ୍ରିୟ ଗଣେଶ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।