ଅନ୍ୟାନ୍ୟ

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

By Angul TV Bureau

June 13, 2022

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଦାବି ପତ୍ର ପ୍ରଦାନ କରାଯାଇଛି।

ସଂଘର କହିବାନୁସାରେ, ତାଳଚେର ବ୍ଲକର ବିଭିନ୍ନ ପଞ୍ଚାୟତ ଭରତପୁର ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଛି। ଭରତପୁର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ବେସରକାରୀ କମ୍ପାନୀ ସରକାରଙ୍କର ଶ୍ରମ ଆଇନକୁ ମାନୁନାହାନ୍ତି। କମ୍ପାନୀ ପକ୍ଷରୁ ସର୍ବନିମ୍ନ ବେତନ ନଦେବା ସହ ସିଏମପିଏଫ୍ ମଧ୍ୟ କଟା ଯାଉନାହିଁ। ସେହିପରି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ପିଲାଙ୍କ ବଦଳରେ ବାହାରୁ ଶ୍ରମିକ ଆଣି ନିଯୁକ୍ତି ଦେଉଛନ୍ତି। ତେବେ ଏଠାରେ ନିୟୋଜିତ ସମସ୍ତ କମ୍ପାନୀ ଏମସିଏଲ ଅଧୀନରେ ରହିଥିବା ସତ୍ତ୍ୱେ ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷ କୌଣସି ତଦନ୍ତ କରୁନାହାନ୍ତି।

ଏଣୁ ଭରତପୁର କୋଇଲାଖଣିରେ ନିୟୋଜିତ ସମସ୍ତ ଘରୋଇ କମ୍ପାନୀଗୁଡ଼ିକରେ ୯୦ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଏଥିପାଇଁ ଏକ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରାଯିବା, କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ସରକାରଙ୍କର ନିୟମାନୁଯାୟୀ ଧାର୍ଯ୍ୟ ସର୍ବନିମ୍ନ ଦରମା ପ୍ରଦାନ, ଠିକା ଶ୍ରମିକମାନଙ୍କର ସିଏମପିଏଫ୍ ବାଧ୍ୟତାମୂଳକ, ଠିକା ଶ୍ରମିକଙ୍କୁ କମ୍ପାନୀ ତରଫରୁ ମେଡ଼ିକାଲ ବହି ପ୍ରଦାନ ଆଦି ଦାବି ନେଇ ଏକ ପତ୍ର ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।