ମୁଖ୍ୟ ଖବର

ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବି: ଜନ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

By Angul TV Bureau

June 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ ସହ ରୋଗୀ ଚିକିତ୍ସା ଆରମ୍ଭ କରିବା ଉଦ୍ଦେଶ୍ୟରେ ଜନ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆସନ୍ତା ୧୭ ତାରିଖ ଦିନ ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରରେ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ବୈଠକରେ ତାଳଚେରର ବୁଦ୍ଧିଜୀବୀ ଯୋଗ ଦେବାକୁ ଅନୁରୋଧ କରାଯାଇଛି।

ଏହି ବୈଠକରେ କମିଟିର ପଦ୍ମଚରଣ ସାମଲ, ଚୈତନ୍ୟ ପ୍ରଧାନ, ବିଜୟ ପ୍ରଧାନ, ଦିଗାମ୍ବର ଗଡ଼ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭୂପେନ୍ ଥମ୍ବଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।