ଅନୁଗୋଳ: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗୁରୁବାର ଏନଟିପିସି/ଟିଟିପିଏସ୍ ପ୍ଲାଣ୍ଟ ପରିଦର୍ଶନ କରି କର୍ତ୍ତୃପକ୍ଷଙ୍କ ସହ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିଛନ୍ତି।
ଜଗନ୍ନାଥପୁର, ବନ୍ତୋଲ, ସନ୍ଥପଡ଼ା ଓ ଗୁରୁଜାଙ୍ଗୁଲି ପଞ୍ଚାୟତର ବାସିନ୍ଦାଙ୍କ ସ୍ୱାର୍ଥ ପାଇଁ ସେ ୪ ଦଫା ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟ ଦାବିଗୁଡିକ ଯଥା ଜମିହରା ପରିବାରଙ୍କୁ ଚାକିରି ଓ ସ୍ଥାନୀୟ ଯୁବକଙ୍କୁ ସ୍କିଲ୍ ଟ୍ରେନିଂ ଦେଇ ସମସ୍ତ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ବାଧ୍ୟତାମୂଳକ ପ୍ରାଧାନ୍ୟ, ପ୍ରକଳ୍ପ ନିକଟ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସିଏସଆର ପାଣ୍ଠିର ସଠିକ୍ ବିନିଯୋଗ, ଟିଟିପିଏସ୍ ହସ୍ପିଟାଲରେ ପୂର୍ବପରି ସ୍ଥାନୀୟ ଲୋକଙ୍କ ଚିକିତ୍ସା ଓ CSRରୁ ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା, ପାଇପ୍ ଲାଇନ୍ ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମ ସଭାପତିଙ୍କ ଉପସ୍ଥିତି ସୁନିଶ୍ଚିତ। ସ୍ଥାନୀୟ ହିତ ପାଇଁ ଦାବିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଧାୟକ ଅନୁରୋଧ କରିଛନ୍ତି।